Latest Odisha News

କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଘରୋଇ ହିଂସା ଓ ବିବାହ ବିଚ୍ଛେଦ ମାମଲାରେ ପୁଣି କଟକ ଫ୍ୟାମିଲି କୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ଗତ ୯ ତାରିଖରେ ବି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ଉଭୟ ବର୍ଷା ଓ ଅନୁଭବ ।

ସେଦିନ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କୁ ସାମନା ସାମନି ବସାଇ ଆପୋଷ ବୁଝାମଣା ଉଦ୍ୟମ ହୋଇଥିବା ସୂଚନା ମିଳିଥିଲା । ଆଜି ପୁଣି ହାଜର ହେବାକୁ ଦିନ ସ୍ଥିର ହୋଇଥିଲା । ପୂର୍ବରୁ ଅନୁଭବ ବର୍ଷାଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ । ବାରମ୍ବାର ନୋଟିସ୍ ସତ୍ତ୍ୱେ ବର୍ଷା ଜାଣିଶୁଣି ମାମଲାରୁ ଲମ୍ବା କରିବାକୁ ଚାହୁଁଥିବା କହିଥିଲେ ।

Comments are closed.