Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୨୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୮୫%

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । ୭୦ହଜାରରୁ ଅଧିକ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୁଇ ହଜାରରୁ ଅଢ଼େଇ ହଜାର ଭିତରେ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ହଜାର ୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୯୪୩ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬ ଓ ଯାଜପୁର ଜିଲ୍ଲାରୁ ଆଉ ୧୨୪ ସଂକ୍ରମିତ ହୋଇଛନ୍ତି । ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ଗତ ୨୪ ଘଣ୍ଟାରେ ୭୭ ହଜାର ୫୧୯ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୮୫ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୪ହଜାର ୩୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୨୭ହଜାର ୯୨୬ । ଏବେ ୨୧ହଜାର ୨୮୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.