Latest Odisha News

BREAKING NEWS

କଟକ ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଆଜି ଭୋରରୁ କଟକରେ ପହଞ୍ଚି ଯାଇଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ବି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍ ଟି ସଚିବ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ଅଗ୍ରଗତି କାମର ସମୀକ୍ଷା କରିଛନ୍ତି ।

ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକେ ୧.୫୫ କିଲୋମିଟର କାମ ଶେଷ ହେବାକୁ ଯାଉଛି । କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ପର୍ୟ୍ୟନ୍ତ ଉଭୟ ପାର୍ଶ୍ୱରେ ରାସ୍ତ ସହ କେନାଲ୍ ନବୀକରଣର ଲମ୍ବ ମୋଟ ୩.୫୫ କିଲୋମିଟର ହେବ । ସ୍ଥାନାନ୍ତରଣ ସହ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ ଟି ସଚିବ ।
କଟକ ଖାନନାଗରରେ ୧୭.୯୧ ଏକର ଜମିରେ ନେଟାଜୀ ବସ୍ ଟର୍ମିନାଲ୍ (ଉଘଈଞ) ନିର୍ମାଣ କରାଯାଉଛି । ଏହାଦ୍ୱାରା କଟକ ସହରରେ ବସ୍ ଯୋଗୁ ସୃଷ୍ଟି ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ ଓ ଯାତ୍ରୀଙ୍କ ପାଇଁ ଏଠାରେ ବହୁ ସୁବିଧା ସୁଯୋଗ ଉପଲବ୍ଧ ହେବ । ପ୍ରକଳ୍ପ କାମ ଅଗ୍ରଗତିର ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ ।

ପ୍ରକଳ୍ପ ଅଞ୍ଚଳରେ ଥିବା ଲାଇବ୍ରେରୀ ସ୍ଥାନାନ୍ତରଣ ନେଇ ଲୋକଙ୍କ ସହ ଆଲୋଚନା କରିବା ଓ ୧୦ ଦିନ ଭିତରେ ଉପଯୁକ୍ତ ନୂତନ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୨୦୨୨ ସୁଦ୍ଧା ନେତାଜୀ ବସ୍ ଟର୍ମିନାଲ କାମ ସାରିବାକୁ ଯୋଜନା ରହିଛି ।
ଏହି ଦୁଇ ପ୍ରକଳ୍ପ ସହ କଟକରେ ଏସସିବି ମେଡିକାଲକୁ ଏମ୍ସ ପ୍ଲସ କରିବା ଦିଗରେ ସମ୍ପ୍ରସାରଣ କାମ ବି ଚାଲିଛି । ଆଜିର କଟକ ଗସ୍ତ ବେଳେ ଫାଇଭ୍ ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍. ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ, ସିଏମସି କମିଶନର ଓ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.