Latest Odisha News

BREAKING NEWS

କାଲି କମିଥିଲା, ଆଜି ବଢ଼ିଲା: ଓଡ଼ିଶାରୁ ୨୦୮୫ କରୋନା ପଜିଟିଭ୍

ଭୁବନେଶ୍ୱର: କାଲି ଦୁଇ ହଜାର ତଳକୁ କମିଥିଲା କରୋନା ସଂକ୍ରମଣ । ଆଜି ପୁଣି ଦୁଇ ହଜାର ଡେଇଁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ହଜାର ୮୫ ନୂଆ ଆକ୍ରାନ୍ତ . ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୬୪୮ । ଅର୍ଥାତ ଗତକାଲି ଅପେକ୍ଷା ଆଜି ପାଖାପାଖି ୪ଶହ ଅଧିକ ସଂକ୍ରମିତ ହୋଇଛନ୍ତି । ୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ ୧୧ଶହ ୯୮ ପଜିଟିଭ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୮୭ଟି ।

ଖୋର୍ଦ୍ଧାରୁ କାଲି ୨୩୦ ସଂକ୍ରମିତ ବାହାରିଥିବା ବେଳେ ଆଜି ଏହି ସଂଖ୍ୟା ୫୨୮କୁ ବୃଦ୍ଧି ପାଇଛି । ସେହିପରି କଟକରୁ ୨୧୦, ଭଦ୍ରକରୁ ୧୭୩, ଯାଜପୁରରୁ ୧୩୨, ବାଲେଶ୍ୱରରୁ ୧୧୩ ଓ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୮ ଆକ୍ରାନ୍ତ ।

୨୪ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୭୦ହଜାର ୪୭୬ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ପଜିଟିଭ୍ ହାର ରହିଛି ୨.୯୫ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୫୮ହଜାର ୫୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୩୨ହଜାର ୬୬୬ ସଂକ୍ରମିତ । ଏବେ ରାଜ୍ୟରେ ୨୦ହଜାର ୧୬୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.