ମୁମ୍ବାଇ: ପର୍ଣ୍ଣ ରାକେଟ୍ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତିକୁ ନେଇ ପୁଙ୍ଖାନୁପୁଙ୍କ ଯାଞ୍ଚ କରିବା ପରେ ଗତ ୧୯ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ରାଜଙ୍କୁ ଗିରଫ କରିଥିଲା। ତିନି ଦିନ ପାଇଁ ରାଜ୍ଙ୍କୁ ପୋଲିସ ପଠାଯାଇଥିଲା। ଆଜି ବେଲ୍ ମିଳିବା ନେଇ ଆଶା ରଖିଥିବା ରାଜଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଥିଲା।ତେବେ ଆଜି ରାଜଙ୍କୁ ବେଲ୍ ମିଳି ନଥିବା ବେଳେ ତାଙ୍କ ରିମାଣ୍ଡ ଅବଧିକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ରାଜ ଏଥିରେ ସେମାନଙ୍କୁ ଆଦୌ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ତେବେ ଶୁକ୍ରବାର କ୍ରାଇମ୍ବ୍ରାଞ୍ଚ୍ ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ଜୁହୁସ୍ଥିତ ବାସଭବନ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂତ୍ରରୁ ପ୍ରକାଶ ଯେ କ୍ରାଇମ ବ୍ରାଞ୍ଚ ଶିଳ୍ପାଙ୍କୁ ସ୍ୱାମୀ ରାଜଙ୍କ ବିରୋଧରେ ହୋଇଥିବା ଅଶ୍ଳୀଳ ତଥା ପର୍ଣ୍ଣ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲା ଓ ପ୍ରକାଶନ ସଂକ୍ରାନ୍ତରେ ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା କରିପାରନ୍ତି।
ସେପଟେ ରାଜ୍ଙ୍କ ଓକିଲ ତାଙ୍କ ଗିରଫଦାରୀ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇ ଏହାକୁ ବେଆଇନ ବୋଲି ଦାବି କରିଛନ୍ତି।
Comments are closed.