Latest Odisha News

BREAKING NEWS

ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ

ଦିଗପହଣ୍ଡି:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗାଁରେ ଅଭାବନୀୟ ଘଟଣା । ଦୁର୍ଗାପୂଜା ପାଇଁ ମେଢ଼ ତିଆରି କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ସିଦ୍ଧେଶ୍ୱର ଗାଁର ଜଗନ୍ନାଥ ବିଷୋୟୀ ।

ସୂଚନାଥାଉକି, ଶନିବାର ସକାଳେ ଗାଁରେ ଦୁର୍ଗାପୂଜା ପାଳନ କରିବାକୁ ଯୁବକମାନେ ମିଳିତ ଭାବେ ଦୁର୍ଗାମେଢ଼ ତିଆରି କରୁଥିଲେ। ଏହି ସମୟରେ ହଠାତ୍ ଜଗନ୍ନାଥ ବିଷୋୟୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହାପରେ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ। ତୁରନ୍ତ ଜଗନ୍ନାଥଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।

Leave A Reply

Your email address will not be published.