Latest Odisha News

BREAKING NEWS

ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଅନ୍ତର୍ଜାତୀୟ ବଡିବିଲଡର ଜନ୍ମେଜୟ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବର ସ୍ଥିତ ଘରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ରହିଛି। ଏସିଆନ୍ ଓ ଜାତୀୟ ବଡି ବିଲଡିଂ ଚାମ୍ପିଅନସିପ୍‌ରେ ଅନେକ ପଦକ ଜିତିଛନ୍ତି ଜନ୍ମେଜୟ।

ସେ ଭୁବନେଶ୍ୱରର ବାସିନ୍ଦା ଥିଲେ ଏବଂ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଥିଲେ। ସେ ୨ ଥର ମିଷ୍ଟର ଇଣ୍ଡିଆ, ୭ ଥର ମିଷ୍ଟର ଓଡ଼ିଶା ଏବଂ ୧୪ ଥର ମିଷ୍ଟର ଭୁବନେଶ୍ୱର ଟାଇଟଲ୍ ଜିତିଥିଲେ। ସେ ମିଷ୍ଟର ଏସିଆ ଟାଇଟଲ୍ ଜିତିବା ସହ ମିଷ୍ଟର ୱାର୍ଲ୍ଡ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିଥିଲେ।

ସେ ଭାରତୀୟ ଡାକ ବିଭାଗ (India Post) ରେ କାର୍ଯ୍ୟରତ ଥିଲେ ଏବଂ ସେଠାରେ ମଧ୍ୟ ୧୨ ଥର ମିଷ୍ଟର ପୋଷ୍ଟାଲ୍ ବିଜେତା ହୋଇଥିଲେ। ମାତ୍ର ୪୦ ବର୍ଷ ବୟସରେ ଏହି ପ୍ରତିଭାବାନ ଆଥଲେଟ୍‌ଙ୍କ ଆକସ୍ମିକ ବିୟୋଗରେ ଓଡ଼ିଶାର କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.