Latest Odisha News

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା କରାଯାଉଥିଲା ।

ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ । କ୍ୱାଲିଫାଇଂରେ ପ୍ରଥମ ୮ଟି ସ୍ଥାନରେ ଥିବା ସୁଟରଙ୍କୁ ଫାଇନାଲରେ ପ୍ରବେଶ ସୁଯୋଗ ମିଳିଥାଏ । ଏହି ଇଭେଣ୍ଟରେ ଅନ୍ୟ ଭାରତୀୟ ଅଭିଷେକ କ୍ୱାଲିଫାଇଂ ରାଉଣ୍ଡରୁ ବାଦ୍ ପଡିଥିଲେ ।

Leave A Reply

Your email address will not be published.