Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଆଦୌ ନ ଖୋଲୁ ସ୍କୁଲ

ବିଦ୍ୟାଳୟ ପୁଣି ଖୋଲିବ ବୋଲି
ସମାଚାରକୁ ଟିଭିରୁ ଶୁଣି;
ମୋ ପରି ଅନେକ ଶିକ୍ଷକଙ୍କର
ମୁହଁରୁ ଶୁଖିଲାଣି ପାଣି!

କଥା କଣ କି ଅନେକ ଦିନରୁ
ଏମିତି ଘରେ ରହି ରହି;
ଆମର ଶରୀର, ମନ ଆଗ୍ରହୀ
ଦିନରାତି ହସଖେଳ ପାଇଁ!

ଏମିତିରେ ପ୍ରତିଦିନ ସ୍କୁଲକୁ
ଘେରାଏ ବୁଲିକରି ଆସୁଛୁ;
ଅଣ୍ଡା ଚାଉଳ ଆଦି ବଣ୍ଟନ
କରି କାଗଜ ପତ୍ର ଚଷୁଛୁ!

ଆଉ ଖାଦ୍ୟ ବିଷାକ୍ତ କି ପାଣିଆ
ହେବାର ଡରଭୟ ହିଁ ନାଇଁ;
ମିଳୁନି ଖବର ପିଲା ଅସୁସ୍ଥ
ସ୍କୁଲ୍ ମଧ୍ୟ୍ୟାହ୍ନ ଭୋଜନ ଖାଇ!

କେବେ ହ୍ବାଟ୍ସଆପ କେବେ ୟୁଟୁବ୍
ଜରିଆରେ ଆମେ ଘରେ ଥାଇ;
ପିଲାଙ୍କୁ ପାଠଗୁଡାକ ଚିକ୍କଣ
ବାଟିକରି ଦେଇଛୁ ପିଆଇ!

ପିଲାଏ ଘରେ ଆମେ ଆମ ଘରେ
ତେଣୁ ମାଡଫାଡ କିଛି ନାଇଁ;
ଏହା ହିଁ ପ୍ରକୃଷ୍ଟ ଉପାୟ ଆମ
ଦଣ୍ଡମୁକ୍ତ ପାଠପଢା ପାଇଁ!

ପୁଣିକେବେ ଛାତ ଭୁଷୁଡି ତ
କେବେ ଫ୍ୟାନ ଖସି ଯାଏ ପ୍ରାଣ;
ଏବେ ସେଥିରୁ କେତେ ରକ୍ଷାହୁଏ
ଟିକେ ହିସାବ କରିକି ଗଣ!

ମଣିଷ ହୋଇଥିବାରୁ ଆମର
ଯେତେ ସବୁ ବଦଭ୍ୟାସ ଗୁଣ;
ଅତି ନିକଟରୁ ଦେଖି ସେଥିରେ
ପ୍ରଭାବିତ ଛାତ୍ରଛାତ୍ରୀଗଣ!

ଏମିତିରେ ତ ଅଧିକାଂଶ ପିଲା
ଟ୍ୟୁସନରେ ପାଠ ପଢି ଦେଇ;
ବିଦ୍ୟାଳୟକୁ ଆସନ୍ତି ବାର୍ଷିକ
ପରୀକ୍ଷା ଦେଇ ରେଜଲ୍ଟ ପାଇଁ!

ତେଣୁ ଅଯଥା କୀଳା ଡାକିବାକୁ
ସ୍କୁଲ୍ ଯମା ଖୋଲା ନଯାଉ;
ଓ୍ବାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଏଠି
ଉତ୍ତମ କରି ପାଳନ ହେଉ!

Leave A Reply

Your email address will not be published.