Latest Odisha News

BREAKING NEWS

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡିଲେ

ଶିଲଂ: ଆସାମ-ମିଜୋରମରେ ସୀମା ବିବାଦ ନେଇ ହିଂସାକାଣ୍ଡ ଘଟିଛି । ସ୍ୱରାଷ୍ଟ୍ର୍ର ମନ୍ତ୍ରୀ ଅମିତ ଶାହ ଉତରପୂବାଂଚଳର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ୨ ଦିନ ତଳେ ଆୟୋଜିତ କରିଥିଲେ । ସୀମା ବିବାଦ ନେଇ ଆଲୋଚନା ହୋଇଥିଲେ ମଧ୍ୟ କଣ ପାଇଁ ହିଂସାକାଣ୍ଡ ହେଉଛି ତାହା ଜଣାପଡି ନାହିଁ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ କରି ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

ମିଜୋରମର ଆଇଜଲ, କୋଲସିବା ଓ ଆସାମର ଚାଚର, ହାଇଲାକାଣ୍ଡି, କରିମଗଞ୍ଜ ସୀମାରେ ଅନାଧିକାର ପ୍ରବେଶ ନେଇ ଉଭୟ ପକ୍ଷରୁ ଦୋଷ ଦିଆ ନିଆ ଚାଲିଛି । ଚାଚର ନିକଟରେ ଏକ ଦମ୍ପତିଙ୍କୁ ଆକ୍ରମଣ କରାଯିବା ଫଳରେ ହିଂସା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

Comments are closed.