Latest Odisha News

ଅଭିନୟ ଦୁନିଆରେ ପାଦ ଦେବେ ଗୁରୁ

ନୂଆଦିଲ୍ଲୀ: ନିଆରା ଗୀତ ଶୈଳୀରେ ଲୋକଙ୍କୁ ମତୁଆଲା କରୁଥିବା ବଲିଉଡ୍‌ ସିଙ୍ଗର୍‌ ଗୁରୁ ରାନ୍ଧୱା ଏବେ ଫିଲ୍ମି ଦୁନିଆରେ ପଦାର୍ପଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଗୀତ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିବା ପରେ ସେ ଏବେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି।

ଏକ ବିବୃତ୍ତି ଅନୁଯାୟୀ ଗୁରୁଙ୍କ ପ୍ରଥମ ଚଳଚ୍ଚିତ୍ର ଏକ ମ୍ୟୁଜିକାଲ୍ ଡ୍ରାମା ହେବ ଏବଂ ଏହାକୁ ଏଣ୍ଡ୍‌ଇମୋଲ୍‌ ସାଇନ୍‌  ଇଣ୍ଡିଆ ଉପସ୍ଥାପନ କରିବ।

ଗୀତ ମାଧ୍ୟମରେ ଲୋକଙ୍କ ମନ ଜିଣିଥିବା ୨୯ ବର୍ଷୀୟ ଗୁରୁ ଏଣିକି ଅଭିନୟ ଜରିଆରେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଜଣେ କଳାକାର ଭାବରେ ମୁଁ ନିଜକୁ ନୂତନ ଏବଂ ସୃଜନଶୀଳ ଉପାୟରେ ଆବିଷ୍କାର କରିବାକୁ ସର୍ବଦା ଚେଷ୍ଟାରତ। ଏହା ମୋତେ ନୂଆ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ସେ ବେଶ୍‌ ଭାଗ୍ୟବାନ ବୋଲି ସେ କହିଛନ୍ତି।

Comments are closed.