Latest Odisha News

BREAKING NEWS

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ ୫୦ହଜାର ଟଙ୍କା ବୋଲି ଜଣାପଡିଛି । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଝାଡଖଣ୍ଡ ଅଞ୍ଚଳର । ତାଙ୍କ ନିକଟରୁ କିଛି ଟଙ୍କା ସହିତ ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.