Latest Odisha News

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ ଗାଁର କିଛି ମହିଳା ଓ ଛୋଟ ପିଲାମାନେ ନିକଟସ୍ଥ ପାହାଡରୁ ମୋରମ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ମୋରମ ଖୋଳା ଚାଲିଥିଲାବଳେ ହଠାତ୍ ମାଟି ଅତଡା ଖସିବାରୁ ଚୁନି ପ୍ରାସ୍କା ନାମକ ଜଣେ ନାବାଳିକା ମୋରମ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

ଦୁର୍ଘଟଣା ବିଷୟରେ ଖବର ପାଇ ଗାଁ ଲୋକେ ମୃତାହତଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ଅବସ୍ଥାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କୁ ପ୍ରଥମେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାକୁ ନେଇ ବିଷମକଟକ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.