Latest Odisha News

ସହରରେ ବିଶୁଦ୍ଧ ଜଳ ଯୋଗାଣ

ପୁରୀ : ପୁରୀରେ ଶୁଭାରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଏହାକୁ ଲୋକାର୍ପଣ କରିଥିଲେ। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଗସ୍ତରେ ଆସି ଜଳର ମାନ ପରଖିବା ସହ ସମିକ୍ଷା କରିଛନ୍ତି। ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅଢେଇ ଲକ୍ଷ ପୁରୀ ସହରବାସୀ ଉପକୃତ ହେବେ । ପ୍ରତିବର୍ଷ ଦୁଇ କୋଟି ପର୍ଯ୍ୟଟକ ଉପକୃତ ହେବେ। ଏଥିସହିତ ପୁରୀ ସହର ବାର୍ଷିକ ୪ କୋଟି ପ୍ଲାଷ୍ଟିକ ବୋତଲ ମୁକ୍ତ ହେବ ।

ରାଜ୍ୟରେ ଆଉ ୧୬ଟି ୟୁଏଲବିରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କାର୍ଯ୍ଯକ୍ଷମ କରିବାକୁ ଲକ୍ଷ ରଖାଯାଇଛି। ଏହା କାର୍ଯ୍ଯକ୍ଷମ ହେଲେ ୪ଲକ୍ଷ ସହରବାସୀ ନିଜ ଘରଭିତରେ ଲାଗିଥିବା ଟ୍ୟାପ୍ ରୁ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ସେହିପରି ୨୦୨୪ସୁଦ୍ଧା ରାଜ୍ୟର ୧୧୪ଟି ୟୁଏଲବି ରେ ଡ୍ରିଙ୍କ ଫ୍ରମ ଟ୍ଯାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ ରହିଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.