Latest Odisha News

BREAKING NEWS

ଓଏସଡିଏ ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚିଙ୍କ ଇସ୍ତଫା

ଭୁବନେଶ୍ୱର : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚି୍ ଇସ୍ତଫା ପ୍ରଦାନ କରିଛନ୍ତି ।

ଏନେଇ ଶ୍ରୀଯୁକ୍ତ ବାଗଚି୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଏଥିସହିତ ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ‘ମାଇଣ୍ଡ ଟ୍ରି’ କମ୍ପାନୀକୁ ‘ଏଲ୍ ଆଣ୍ଡ୍ ଟି’ କମ୍ପାନ ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଛି । ସେହି ସଙ୍କଟରୁ ନିଜ କମ୍ପାନୀକୁ ଉଦ୍ଧାର କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

ଶ୍ରୀଯୁକ୍ତ ବାଗଚି୍ ଆହୁରି ମଧ୍ୟ କହିଛନ୍ତି, ଏହି ସଙ୍କଟର ସମାଧାନ ଲାଗି ସେ ଖୁବଶୀଘ୍ର ବେଙ୍ଗାଲୁରୁ ଅଭିମୁଖେ ଗସ୍ତ କରିବେ ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ରାଜ୍ୟ ସରକାର ଶ୍ରୀଯୁକ୍ତ ବାଗଚିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ । ରାଜ୍ୟର ଯୁବବର୍ଗଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ନିଯୁକ୍ତିକ୍ଷମ କରିବା ଲାଗି ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

Leave A Reply

Your email address will not be published.