Latest Odisha News

BREAKING NEWS

ନକ୍ସଲଙ୍କ ସହିଦ ସପ୍ତାହର ଶେଷ ଦିନ

ମାଲକାନଗିରି: ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ ଲୋକଙ୍କୁ ତଳେ ବସାଇ ପ୍ରଥମେ ମାଓ ନେତା ମାନେ ଲାଲ୍ ସଂଗଠନ ସଂପର୍କରେ ଆଦିବାସୀ ଲୋକଙ୍କୁ ଅବଗତ କରିଥିଲେ । ମାଓ ସଂଗଠନ ଗରିବ ଆଦିବାସୀ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ବୋଲି କହିଥିଲେ ମାଓନେତା ।

ଏହା ସହ ମହିଳା ମାଓବାଦୀ ମାନେ ମଧ୍ୟ କୋୟା ଓ ଗଣ୍ଡି ଆଦିବାସୀ ଭାଷାରେ ଲୋକଙ୍କୁ ବୁଝାଇଥିଲେ । ପରେ ଗ୍ରାମବାସୀଙ୍କୁ ନେଇ ସହିଦ ନକ୍ସଲ ସାଥିଙ୍କ ସ୍ମୁତି ଉଦ୍ଧେଶ୍ୟରେ ଜଙ୍ଗଲ ଭିତରେ ସହିଦ ସ୍ତମ୍ଭ ସ୍ଥାପନ କରିବା ସହ ଶୋଭାଯାତ୍ରା ମଧ୍ୟ କରିଥିଲେ । ତେବେ ଜଙ୍ଗଲ ଭିତରେ ନକ୍ସଲ ପନ୍ଥିଙ୍କ ଏତେ ବଡ ଆୟୋଜନ ଚାଲିଥିବା ବେଳେ ପୋଲିସ କିନ୍ତୁ ଘଟଣା ସଂପର୍କରେ ଆଦୌ ଟେର ପାଇନଥିଲେ ।

Leave A Reply

Your email address will not be published.