Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋହର୍ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାନାଜୀ: ଚାରିଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଛି । ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ଗୋଆର ମିରାମାର ବିଚ୍‌ରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ପାରିକରଙ୍କ ପଞ୍ଚଭୂତରେ ବିଲୀନ ହୋଇଛି ମରଶରୀର । ଏହି ଅବସରରେ ହଜାର ହଜାର ସମର୍ଥକ ଓ ପ୍ରଶଂସକଙ୍କ ସହ ପାରିକରଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ପାରିକରଙ୍କ ସମ୍ମାନାର୍ଥେ ଆଜି ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ରାଷ୍ଟ୍ରୀୟ ପତାକା ଅର୍ଦ୍ଧନିମିତ ରଖାଯିବା ସହ ସରକାରୀ କାର‌୍ୟ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି ।  ମୁଖ୍ୟମନ୍ତ୍ରୀ ମନୋହରଙ୍କ ବିୟୋଗରେ ଗୋଆରେ ୭ଦିନିଆ ଶୋକ ଘୋଷଣା କରାଯାଇଛି । ସକାଳେ ଡୋନା ପାଉଲା ବାସଭବନରରୁ ପାରିକରଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ବିଜେପି ପାର୍ଟି ଅଫିସକୁ ନିଆଯାଇଥିଲା ।

କେନ୍ଦ୍ର କ୍ୟାବିନେଟରେ ପାରିକରଙ୍କ ନିଧନ ନେଇ ଶୋକ ପ୍ରସ୍ତାବ ପାରିତ ହୋଇଛି । ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଗତକାଲି ୬୩ ବର୍ଷ ବୟସରେ ମନୋହର ପାରିକରଙ୍କ ଅଗ୍ନାଶୟ କର୍କଟରେ ନିଧନ ହୋଇଥିଲା ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ, ରବିବାର ଦିନ ସନ୍ଧ୍ୟାରେ ମନୋହର ପାରିକର କ୍ୟାନସରରେ ପୀଡ଼ିତ ହୋଇ ପରଲୋକ ଗମନ କରିଥିଲେ ।

 

 

Leave A Reply

Your email address will not be published.