Latest Odisha News

BREAKING NEWS

ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ସିଇଓ) ଦ୍ୱାରା ଘୋଷିତ କରାଯାଇଥିବା ଓଡିଶାର ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ଲାଗି ଜିଲ୍ଲାପାଳଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ଅଧିସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୨୬ ତାରିଖ ଯାଏଁ ଚାଲିବ । ଏହାବ୍ୟତିତ ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆଶାୟୀ ପ୍ରାର୍ଥୀ ଚାହିଁଲେ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଭାରତ ନିର୍ବାଚନ ଆୟୋଗର ଗାଇଡ ଲାଇନ୍ ଅନୁଯାୟୀ ଆଶାୟୀ ପ୍ରାର୍ଥୀମାନେ ଦିନ ୧୧ଟା ସମୟରୁ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ।

ଜାଣନ୍ତୁ, ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳୀର ନାମ-

୧. ବରଗଡ (ଲୋକସଭା)-(ସାଧାରଣ)
ନିର୍ବାଚନମଣ୍ଡଳୀ: ପଦ୍ମପୁର (ସାଧାରଣ), ବିଜେପୁର (ସାଧାରଣ), ବରଗଡ (ସାଧାରଣ), ଅତାବିରା (ଏସସି), ଭଟଲି (ସାଧାରଣ), ବ୍ରଜରାଜନଗର (ସାଧାରଣ), ଝାରସୁଗୁଡା (ସାଧାରଣ) ।

୨. ସୁନ୍ଦରଗଡ (ଲୋକସଭା)- (ଏସଟି)
ନିର୍ବାଚନମଣ୍ଡଳୀ: ତଲସରା (ଏସଟି), ସୁନ୍ଦରଗଡ (ଏସଟି), ବୀରମିତ୍ରପୁର (ଏସଟି), ରଘୁନାଥପଲ୍ଲୀ (ଏସସି), ରାଉରକେଲା (ସାଧାରଣ), ରାଜଗାଙ୍ଗପୁର (ଏସଟି) ଏବଂ ବୋଣାଇ (ଏସଟି) ।

୩. ବଲାଙ୍ଗିର (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବୀରମହାରାଜପୁର (ଏସସି), ସୋନପୁର (ସାଧାରଣ), ଲୋଇସିଙ୍ଗା (ଏସସି), ପାଟଣାଗଡ (ସାଧାରଣ), ବଲାଙ୍ଗିର (ସାଧାରଣ), ଟିଟଲାଗଡ (ସାଧାରଣ) ଏବଂ କଣ୍ଟାବାଜି (ସାଧାରଣ) ।

୪. କନ୍ଧମାଳ (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ବାଲିଗୁଡା (ଏସଟି), ଜି. ଉଦୟଗିରି (ଏସଟି), ଫୁଲବାଣୀ (ଏସଟି), ଦଶପଲ୍ଲା (ଏସସି), କଣ୍ଟାମାଳ (ସାଧାରଣ), ବୌଦ୍ଧ (ସାଧାରଣ) ଏବଂ ଭଞ୍ଜନଗର (ସାଧାରଣ) ।

୫. ଆସ୍କା (ଲୋକସଭା)- (ସାଧାରଣ)
ନିର୍ବାଚନମଣ୍ଡଳୀ: ପୋଲସରା (ସାଧାରଣ), କବିସୂର୍ଯ୍ୟନଗର (ସାଧାରଣ), ଖଲିକୋଟ (ଏସସି), ଆସ୍କା (ସାଧାରଣ), ସୋରଡା (ସାଧାରଣ), ସାନଖେମୁଣ୍ଡି (ସାଧାରଣ) ଏବଂ ହିଞ୍ଜିଳି (ସାଧାରଣ) ।

Leave A Reply

Your email address will not be published.