Latest Odisha News

ରାଜୀବ ଗାନ୍ଧ ଖେଳରତ୍ନ ପୁରସ୍କାର ଏବେ ନାମିତ ହେବ ମେଜର ଧ୍ୟାନଚାନ୍ଦଙ୍କ ନାମରେ..

ନୂଆଦିଲ୍ଲୀ: ଭାରତର ସରକାର ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ନାମ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦ ପୁରସ୍କାର ଭାବେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି ଯେ, ମେଜର ଧ୍ୟାନଚାନ୍ଦ ଭାରତର ପ୍ରମୁଖ କ୍ରୀଡାବିତ୍ । ୪୧ ବର୍ଷ ପରେ ଭାରତ ହକି ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ଏବେ ଏହାର ନାମ ପରିବର୍ତନ କରିବା ସମୟ ଉପନୀତ ହୋଇଛି ।

ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ ଧ୍ୟାନଚାନ୍ଦ ଏଥିନେଇ ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି । ଏହି ପୁରସ୍କାର ବାବଦରେ ଖେଳାଳିମାନଙ୍କୁ ୨୫ ଲକ୍ଷ ଟଙ୍କା, ପୁରସ୍କାର, ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ।

Comments are closed.