Latest Odisha News

BREAKING NEWS

ଖୁବଶୀଘ୍ର ଆସୁଛି ଓଡିଆ ଫିଲ୍ମ “ସାଥୀ ତୁ ମୋର ଜନ୍ମ ଜନ୍ମର”

ଭୁବନେଶ୍ୱର: କରୋନା ମହାମାରୀର ଲଗାତାର ଦ୍ୱିତୀୟ ଲହର ପରେ ବି ଭାଙ୍ଗିପଡିନି ଓଲିଉଡ ଜଗତ । ଏ କଥା ସତ ଯେ କଳାକାରଙ୍କ ଦୁରାବସ୍ଥା ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଏବେ ପୁଣିଥରେ କଳାକାରମାନେ ଅଣ୍ଟା ସଳଖି ସାମ୍ନାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡିଆ ଫିଲ୍ମ “ସାଥୀ ତୁ ମୋର ଜନ୍ମ ଜନ୍ମର” । ନିକଟରେ ଏହି ଫିଲ୍ମର ଶୁଭ ମହୁରତ୍ ସରିଯାଇଛି ।

ଥ୍ରୀ ଜେନ୍ ପ୍ରଡକ୍ସନ ହାଉସ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଫିଲ୍ମ ସାଥୀ ତୁ ମୋର ଜନ୍ମଜନ୍ମର ଲିଡ୍ ରୋଲରେ ବବଲୁ, ଭିକି, ଆନାୟା ଓ ବନ୍ଦନାଙ୍କୁ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ କାଳିଚରଣ ଓ ମାନସଙ୍କ ସମେତ ଅନ୍ୟ କଳାକାର ନଜର ଆସିବେ ।

ଫିଲ୍ମର ପ୍ରଯୋଜନା ଭାର ଚୁମ୍‌କି ଘୋଷାଲ ସମ୍ଭାଳିଥିଲାବେଳେ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାବୁ ବାବୁ । ଅନ୍ୟପଟେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ଜୟଦେବ ମିଶ୍ର । ଫିଲ୍ମର କାହାଣୀ ବନ୍ଧୁତାକୁ ନେଇ ଆଗକୁ ବଢିଛି । ବର୍ତ୍ତମାନ ସମୟରେ ଯୁବପିଢୀମାନେ ଛୋଟଛୋଟ ଭୁଲ ପାଇଁ କିଭଳି ବନ୍ଧୁତା ଭଳି ଶବ୍ଦର ମର୍ମକୁ ଅର୍ଥହୀନ କରିଦେଉଛନ୍ତି, ତାକୁ ଫିଲ୍ମର କାହାଣୀରେ ଦର୍ଶାଯିବାକୁ ଯୋଜନା ରହିଛି । ଖୁବଶୀଘ୍ର ଫିଲ୍ମର ସୁଟିଂ ଓଡିଶା ସମେତ ବାହାର ରାଜ୍ୟରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.