ଟୋକିଓ: ଅଶୋଭନୀୟ ବ୍ୟବହାର ନେଇ ଭାରତୀୟ ରେସଲର ଦୀପକ ପୁନିଆଙ୍କ କୋଚ ମୋରାଡ ଗେଡ୍ରୋଭଙ୍କୁ ଅଲିମ୍ପିକ ଭିଲେଜରୁ ବାହାର କରାଯିବା ସହ ବରଖାସ୍ତ କରାଯାଇଛି । ୮୬ କେଜି ବିଭାଗର ବ୍ରୋଞ୍ଜ ପଦକ ମୁକାବିଲାରେ ପୁନିଆ ହାରି ଯାଇଥିଲେ । ଏହା ପରେ କୋଚ ଗେଡ୍ରୋଭ ରେଫରୀ ରୁମକୁ ଯାଇ ନିଷ୍ପତି ଶୁଣାଇଥିବା ରେଫରୀଙ୍କୁ ଆକ୍ରମଣ କରିଥିଲେ । ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ନିକଟରେ ଏ ନେଇ ଅଭିଯୋଗ କରିଥିଲା ।
ୟୁଡବ୍ଲୁୃଡବ୍ଲୁୃ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ରେସଲିଂ ଫେଡେରେଶନକୁ କହିଥିଲା । ଫେଡେରେଶନ ତାଙ୍କୁ ବରଖାସ୍ତ କରି ଦିଆଯାଇଛି ବୋଲି କହିଥିଲା । ପୂର୍ବରୁ ଗେଡ୍ରୋଭ ବାରମ୍ବାର ଏ ଭଳି କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡିଛି ବୋଲି ୟୁଡବ୍ଲ୍ୟୁଡବ୍ଲ୍ୟୁ କହିଛି । ବେଜିଂ ଅଲିମ୍ପିକ୍ସରେ ଗେଡ୍ରୋଭ ୭୪ କିଗ୍ରା ବିଭାଗରେ ରୌପ୍ୟ ପଦକ ଜିତିଥିଲେ ।
Comments are closed.