Latest Odisha News

ଖରସ୍ରୋତା ମେଗା ପ୍ରକଳ୍ପକୁ ବିରୋଧ, ପୋଲିସ ଲଗାଇଲା ୧୪୪ ଧାରା

କେନ୍ଦ୍ରାପଡ଼ା : ଉଗ୍ରରୂପ ନେଲା ଖରସ୍ରୋତା ମେଗା ଜଳ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ । ରାଜକନିକା ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ସଂଗ୍ରାମ ସମିତିର ଶତାଧିକ ସଦସ୍ୟଙ୍କୁ ଉଠାଇ ନେବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବାଳକାଟି, ଭାରିଗଦା ଓ ବରୁଣାଡିହା ନିକଟରେ ୧୪୪ ଧାରା ଜାରି କରାଯାଇଛି ।

ଖରସ୍ରୋତାରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ଚେତାବନୀ ଦେଇଛି ସଂଗ୍ରାମ ସମିତି । ପ୍ରକଳ୍ପ ଲାଗି ସମସ୍ତ ପ୍ଲାନ ସରିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଦୁଇ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ମିଳିଛି ଅନୁମତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ ।

କିନ୍ତୁ ଏହି ପ୍ରକଳ୍ପକୁ ବିରୋଧ କରିଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ଏହି ପ୍ରଳ୍ପ ହେଲେ ସ୍ଥାନୀୟ ଅଞ୍ଚଳରେ ନଦୀ ପାଣି ଲୁଣା ହୋଇଯିବ । ପାଣି ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି କହିଛି ସଂଗ୍ରାମ ସମିତି । ଏହା ପୂର୍ବରୁ ଅନେକ ଥର ପ୍ରକଳ୍ପକୁ ବିରୋଧ କରାଯାଇଥିଲେ ବି ପ୍ରଶାସନ ସହ ସମସ୍ତ ଆଲୋଚନା ବିଫଳ ହୋଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Comments are closed.