Latest Odisha News

ମାରାତ୍ମକ ଲାମ୍ବଡା ଭ୍ୟାରିଆଣ୍ଟ ବିରୋଧରେ ଫେଲ୍ ମାରୁଛି ଟିକା

ନୂଆଦିଲ୍ଲୀ : ମାରାତ୍ମକ ହେବ ଲାମ୍ବଡା ଭ୍ୟାରିଆଣ୍ଟ । ଏହା ବିରୋଧରେ ଫେଲ ମାରୁଛି ଟିକା । ଦେଶରେ ଡେଲଟା ପ୍ଲସକୁ ନେଇ ଗମ୍ଭୀର ସ୍ଥିତି ଜାରି ରହିଥିବା ବେଳେ, ଲାମ୍ବଡା ଭ୍ୟାରିଆଣ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ଆମେରିକା ସମେତ ଅନ୍ୟ କେତେକ ଦେଶରେ ଲାମ୍ବଡା ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଏହି ଭ୍ୟାରିଆଣ୍ଟ ବିରୋଧରେ ଟିକା କାମ କରୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି ।

ନିକଟରେ ଜାପାନରେ କରାଯାଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । କରୋନା ଭ୍ୟାକସିନ ନେବା ପରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ିକୁ ନଷ୍ଟ କରିଦେଉଛି ଲାମ୍ବଡା ଭ୍ୟାରିଆଣ୍ଟ । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ଦକ୍ଷିଣ ଆମେରିକୀୟ ଦେଶ ଗୁଡ଼ିରେ ଲାମ୍ବଡା ଭ୍ୟାରିଆଣ୍ଟ ସଂକ୍ରମିତ ବଢୁଥିବା ବେଳେ, ଲାଟିନ୍ ଆମେରିକାର ପ୍ରାୟ ୨୬ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଲାମ୍ବଡା ଭ୍ୟାରିଆଣ୍ଟ ଡେଲଟା ପ୍ଲସ୍‌ ଠାରୁ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏହାକୁ ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ ଓ ଭ୍ୟାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛନ୍ତି ବିଶେଷଜ୍ଞ ।

Comments are closed.