Latest Odisha News

BREAKING NEWS

ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେଙ୍କ ପରି ସମ୍ମାନୀତ ହେବେ ୧୪୬ ସ୍ୱାଧୀନତା ସଂଗ୍ରାମୀ !

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପଛରେ ଅନେକ ମହାନ ବ୍ୟକ୍ତିଙ୍କ ବଳିଦାନ ରହିଛି । ଆମେ ଅଳ୍ପ କେତେକଙ୍କ ବିଷୟରେ ଜାଣିଛେ । ତେବେ ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେ ଓ ସୁବାସ ଚନ୍ଦ୍ର ବୋଷଙ୍କ ପରି ୧୪୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ସମ୍ମାନୀତି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ୭୫ ବର୍ଷର ସ୍ୱାଧୀନତାକୁ ସ୍ମରଣୀୟ କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ନେଇ ୬ଟି ଜାତୀୟ, ୨ଟି ଆନ୍ତର୍ଜାତୀୟ ସେମିନାରର ଯୋଜନା କରାଯାଇଛି ।

ସରକାରୀ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକାରେ ଜନ ସଂଘ ଆଦର୍ଶବାଦୀ ନାନାଜୀ ଦେଶମୁଖ ଏବଂ ହିନ୍ଦୁ ମହାସଭାକୁ ମଧ୍ୟ ସାମିଲ କରାଯାଇଛି । ମାର୍ଚ୍ଚରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ କିପରି ମିଳିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଥିଲା ।

Comments are closed.