Latest Odisha News

BREAKING NEWS

ଦୋଳ ପୂର୍ଣ୍ଣିମା: ଆନନ୍ଦ ଉଲ୍ଲାସର ପର୍ବ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ ।

ଦୋଳ ଯାତ୍ରା – ଦୋଳ ଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଏକ ବିମାନରେ ବସାଇ ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଦକ, ଗାୟକ ଓ ସଙ୍ଗୀତକାର ମାନେ ପ୍ରଭୁଙ୍କ ଲୀଳାରେ ବିଭୋର ହୋଇ ବାଦ୍ୟର ତାଳେତାଳେ ଘରଘର ବୁଲାଇଥାନ୍ତି । ଏହି ଅବସରରେ ଠାକୁର ଗ୍ରାମର ପ୍ରତ୍ୟେକ ଘରେଘରେ ଭୋଗ ଖାଇଥାନ୍ତି । ଦୋଳରେ ଠାକୁରଙ୍କ ବିମାନକୁ ଦର୍ଶନ କରିବା ପରେ ଯାଇ ଲୋକମାନେ ରଙ୍ଗ ଖେଳିଥାନ୍ତି । ଏହି ୬ ଦିନଧରି ଜାରି ରହିଥିବା ଦୋଳ ଯାତ୍ରା ଦୋଳ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ଏହି ଦୋଳ ଯାତ୍ରା ଶେଷରେ ବିଭିନ୍ନ ଗ୍ରାମର ଠାକୁରମାନଙ୍କ ବିମାନ ପୂର୍ଣ୍ଣିମା ଦିନ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥାନ୍ତି । ଯାହାକୁ ଦୋଳ ମେଳଣ କୁହାଯାଇଥାଏ ।

ଦୋଳ ପୂର୍ଣ୍ଣିମା- ଏହି ଅବସରରେ ଭଗବାନ ଶ୍ରୀକୃର୍ଷ୍ଣଙ୍କୁ ‘ଦୋଳଗୋବିନ୍ଦ’ ଭାବେ ପୂଜା କରାଯାଏ । ଦୋଳ ପୂର୍ଣ୍ଣିମା ଦିନ ବିଭିନ୍ନ ଗାଁରୁ ଠାକୁର ମାନଙ୍କୁ ବିମାନରେ ଆଣି ସଂକୀର୍ତ୍ତନ ମଣ୍ଡଳୀ ଗୋଟିଏ ସ୍ଥାନରେ ପହଞ୍ଚିଥାନ୍ତି । ସେଠାରେ ହିଁ ସମସ୍ତଙ୍କ ଠାକୁରଙ୍କ ମେଳ ହେଉଥିବାରୁ ଉକ୍ତ ସ୍ଥାନକୁ ମେଳଣ ପଡିଆ କୁହାଯାଇଥାଏ । ପୌରାଣିକ କଥାନୁଯାୟୀ ଏହାକୁ ‘ବସନ୍ତୋତ୍ସବ’ ମଧ୍ୟ କୁହାଯାଇଥାଏ ।

Leave A Reply

Your email address will not be published.