Latest Odisha News

BREAKING NEWS

ଆଜି ଗଞ୍ଜାମ ଜିଲ୍ଲାରେ ୧୦ ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ସ୍କୁଲର ରୂପାନ୍ତରୀକରଣର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏ ସ୍ମାର୍ଟ ସ୍କୁଲର ଲୋକାର୍ପଣ କରିବେ । ଉର୍ଚୁଆଲ୍ ମୋଡରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦ ତାରିଖ ଭିତରେ ଫାଇଭ୍ ଟି ଅଧୀନରେ ୫୦ଟି ସ୍କୁଲ ରୁପାନ୍ତରୀକରଣର ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ ୨୦ ଜଣ ବିଧାୟକ ଓ ବିଧାୟିକା ଯୋଗ ଦେବେ । ପ୍ରତିଦିନ ଗୋଟିଏ ଲେଖାଏ ସ୍କୁଲରେ ୨ ଜଣ ଲେଖାଏ ବିଧାୟକ ଯୋଗ ଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ସହ ଆଲୋଚନା କରିବେ ।

ହାଇସ୍କୁଲର ଚେହେରା ବଦଳିଯାଇଛି । କ୍ୟାମ୍ପସର ନକ୍ସା ପରିବର୍ତ୍ତିତ ହୋଇଚାଲିଛି  ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍‌ ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏ ଟଙ୍କା ମଞ୍ଜୁର ହୋଇଥିଲା । ଏଥିସହ ପଞ୍ଚାୟତ ଓ ବ୍ଲକ୍‌ ପାଣ୍ଠି ବିନିଯୋଗ ହୋଇଛି ।

ପ୍ରତି ହାଇସ୍କୁଲର ନିର୍ମାଣ କରାଯାଇଛି ୨-୩ଟି ସ୍କାର୍ଟ କ୍ଲାସରୁମ୍‌ । ଅନ୍‌ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ । ଅତ୍ୟାଧୁନିକ କ୍ଲାସ୍‌ରୁମ୍‌ ସହ ଇ-ଲାଇବ୍ରେରୀ, ଇ-ଲାବ୍ରୋଟୋରୀ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଓ ଖେଳପଡ଼ିଆ ସହିତ ଚାରାରୋପଣ କରାଯାଇଛି ।

Leave A Reply

Your email address will not be published.