Latest Odisha News

BREAKING NEWS

ଆଫଗାନିସ୍ତାନରୁ ଦିଲ୍ଲୀ ଫେରିଲେ ଆଉ ୧୪୬ ଜଣ

ନୂଆଦିଲ୍ଲୀ: ଆଉ ୧୪୬ ଜଣ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତରିତ କରାଯାଇ ଦିଲ୍ଲୀ ଅଣାଯାଇଛି। ସୋମବାର ସକାଳେ ବିଭିନ୍ନ ବିମାନରେ ସେମାନଙ୍କୁ ଦିଲ୍ଲୀ ଅଣାଯାଇଛି। ଏହି ସମୟରେ, ଆଫଗାନିସ୍ତାନରୁ ଆମେରିକା ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିବାବେଳେ ଦେଶରେ ରହିଥିବା ହଜାର ହଜାର ଆମେରିକୀୟଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆମେରିକାର ରାଷ୍ଟ୍ରପତି ଜୋ ବ‌ାଇଡେନ କହିଛନ୍ତି ଯେ ଯନ୍ତ୍ରଣା ଏବଂ କ୍ଷତି ବିନା ଏତେ ସଂଖ୍ୟକ ସ୍ଥାନାନ୍ତର କରିବାର କୌଣସି ଉପାୟ ନାହିଁ। ଆମେରିକାର ସୈନ୍ୟବାହିନୀର ଶୀଘ୍ର ପ୍ରତ୍ୟାହାର ନିଷ୍ପତ୍ତିକୁ ବାଇଡେନ ରକ୍ଷା କରିଛନ୍ତି ଏବଂ ଇତିହାସ ଏହାକୁ ଏକ ଯୁକ୍ତିଯୁକ୍ତ ନିଷ୍ପତ୍ତି କହିବ ବୋଲି ବୋଲି କହିଛନ୍ତି।

Comments are closed.