ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ‘ଦେଶ୍ କେ ମେଣ୍ଟର୍ସ’ର ବ୍ରାଣ୍ଡ୍ ଆମ୍ବାସାଡାର ହେବେ ଅଭିନେତା ସୋନୁ ସୁଦ। ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।
ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସୋନୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ପାଇଁ ପ୍ରଚାର କରିବେ ଏବଂ ଦୁହେଁ ସେହି ସଂପର୍କରେ ସାକ୍ଷାତ କରିବେ। କିନ୍ତୁ କେଜ୍ରିୱାଲଙ୍କୁ ଭେଟିବା ପରେ ସୋନୁ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି। ଏଥି ସହିତ ସିଏମ କେଜ୍ରିୱାଲ ତାଙ୍କୁ ‘ଦେଶ୍ କେ ମେଣ୍ଟର୍ସ’ ସ୍କିମର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିବେ।
ଅଭିନେତାଙ୍କୁ ପ୍ରଶଂସା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସୋନୁ ସୁଦ ଦେଶ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ସୋନୁ ସୁଦ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ଅନେକ ସାହାଯ୍ୟ କରିଛନ୍ତି।
Comments are closed.