Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ ସେବା କରିବେ।

ଭୋଗ ମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ।ଶ୍ରୀ ବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁରେଖା କୁହାଯାଏ।ସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁଙ୍କ ଠାରୁ ଓଲାଗି ହୋଇଥିବା ଅଳଙ୍କାରକୁ ପୁନର୍ବାର ଶ୍ରୀମୁଖ ଚତୁଃପାଶ୍ୱର୍ରେ ଲାଗିହେବା । ଶନିବାର ଓ ରବିବାର ମନ୍ଦିର ସାନିଟାଇଜ କରାଯିବ।

ସୋମବାର ଦିନ ଜନ୍ମାଷ୍ଟମୀ ଥିବାରୁ ଭକ୍ତଙ୍କ ଗହଳି ସମ୍ଭାବନା ଥିବାରୁ କୋଭିଡ କଟକଣା ଅନୁସାରେ ସାଧାରଣ ଦର୍ଶନ ବନ୍ଦ ରହିବ।

Comments are closed.