Latest Odisha News

ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନ‌ୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅମିତାଭ ଠାକୁରଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଥିବାର ଭିଡିଓ ଏବେ ସାମ୍‌ନାକୁ ଆସିଛି। ସେ ଏହାକୁ ବିରୋଧ କରି ଖୁବ୍‌ ଜୋରରେ ପାଟି କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶୁଣିବାକୁ ମିଳିଛି ଯେ ଯଦି ମୋତେ ଏଫଆଇଆର୍‌ ର କପି ନ ଦିଆଯାଏ ତେବେ ମୁଁ ଯିବି ନାହିଁ ବୋଲି ସେ ଚିତ୍କାର କରି କହୁଛନ୍ତି। ଏହା ପରେ ତାଙ୍କୁ ଟେକି ଗାଡିରେ ଭତର୍ତି କରାଯାଇଥିବା ଦେଖିବାକୁ ମିଳିଛି।

Comments are closed.