ମୁମ୍ବାଇ: ଭିକ୍କି କୌଶଲ ଓ ସାରା ଅଲୀ ଖାଁ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ଦି ଇମ୍ମୋର୍ଟାଲସ ଅଶ୍ୱଥମା ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ନିର୍ମାତ ରନୀ ସ୍କ୍ରିୁୱାଲା ଓ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବ୍ୟକ୍ତିଗତ ଅଶାନ୍ତି ଏବଂ ବିଗ ବଜେଟକୁ ଏହାକୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ନେଇ ନିଷ୍ପତି ନେଇଛି । ଫିଲ୍ମ ଆରମ୍ଭ ହେବା ପୂର୍ବରୁ ପାଖାପାଖି ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲା ।
୨ ବର୍ଷ ହେବ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହାର ଶୁଟିଂ ଆଗକୁ ବଢ଼ିପାରି ନ ଥିଲା । ଆଦିତ୍ୟ ଏହା ପାଇଁ ବିଭିନ୍ନ ଲୋକେଶନରେ ଅନେକ ରିସର୍ଚ୍ଚ କରିଥିଲେ । ଫିଲ୍ମ ବନ୍ଦ ହେବା ନେଇ ବେଶି ନିରାଶ ହୋଇ ଭିକ୍କି ଏବଂ ସାରା । ଏହା ସେମାନଙ୍କ ପାଇଁ ଏକ ଡ୍ରିମ ପ୍ରୋଜେକ୍ଟ ପରି ଥିଲା ।
Comments are closed.