ନୂଆଦିଲ୍ଲୀ: ଧନତେରସରେ ରେକର୍ଡ କଲା ୧୦ମିନିଟ୍ ଆପ୍ସ । ପ୍ରତି ଘଣ୍ଟାରେ ବିକ୍ରି ହେଲା ୧୪,୦୦୦ସୁନା ଏବଂ ରୂପା ମୁଦ୍ରା । ଦିପାବଳୀ ଏବଂ ଧନତେରସର ଅବସରରେ ସୁନା- ରୂପା କିଣିବା ଶୁଭ ବୋଲି କୁହାଯାଏ । ତେଣୁ ଏହି ଅବସରରେ ସୁନା- ଚାନ୍ଦୀ ମୁଦ୍ରାର ଦାବି ଦ୍ରୁତଗତିରେ ବଢି ଯାଇଛି । ଚଳିତବର୍ଷ ଲୋକେ ଦୋକାନ ଅପେକ୍ଷା ଘରେ ବସି ମୋବାଇଲ୍ ଆପ୍ସରେ ସୁନା ଏବଂ ରୂପାର ମୁଦ୍ରା ମଗାଉଥିବା ଦେଖାଯାଉଛି ।
କ୍ବିକ୍ କମର୍ସ ତଥା ୧୦ମିନିଟର ଜିନିଷ ଘରେ ପହଞ୍ଚାଉଥିବା କମ୍ପାନୀ ଏହି ଉତ୍ସବ ସମୟରେ ସୁନା ଓ ରୂପାର ମୁଦ୍ରା ବିକ୍ରି କରୁଛନ୍ତି । ଏଥିରେ ଜେପ୍ଟୋ, ସ୍ବିଗୀ ଇଷ୍ଟାମାର୍ଟ, ବ୍ଲିଙ୍କିଟ ଏବଂ ଫ୍ଲିପକାର୍ଟ ମିନିଟ୍ସ ଭଳି ପ୍ଲାଟଫର୍ମ ସାମିଲ ରହିଛନ୍ତି ।
କମ୍ପାନୀ ଉତ୍ସବ ସମୟରେ ବିଶେଷ ଅଫର ବି ଦେଉଛି । ଧନତେରସରେ ଜୁଏଲାରୀ ଦୋକାନରେ ବହୁ ଭିଡ଼ ହୋଇଥାଏ । ଏଭଳି ସ୍ଥଳେ ଅନଲାଇନ କିଣାକିଣି ଲୋକଙ୍କ ଲାଗି ବହୁ ସୁବିଧାଜନକ ହେଉଛି । ଏହା ବ୍ୟତୀତ ଡିଜିଟାଲ୍ ପ୍ଲାଟଫର୍ମରେ ଭିନ୍ନ ଭିନ୍ନ ବ୍ରାଣ୍ଡର ମୁଦ୍ରାର ମୂଲ୍ୟର ତୁଳନା କରିବା ସହଜ ଅଟେ । ପ୍ରତ୍ୟେକ ଘଣ୍ଟା ପ୍ରାୟ ୧୪ହଜାର ମୁଦ୍ରାର ଡେଲିଭରୀ କରାଯାଉଛି । ଫଳରେ ଜଣାପଡ଼ୁଛି କି ଉତ୍ସବରେ ଲୋକେ ଏବେ ପାରମ୍ପରିକ ଦୋକାନ ସହ ଅନଲାଇନ୍ କିଣାକିଣିକୁ ବି ପସନ୍ଦ କରୁଛନ୍ତି ।
