Latest Odisha News

BREAKING NEWS

ଝିଅମାନଙ୍କୁ ପଢାଇ ପାରିବେନି ପୁରୁଷ!

କାବୁଲ: ଆଫ୍‌ଗାନିସ୍ତାନରେ ଝିଅମାନଙ୍କୁ ଶିକ୍ଷା ଦେଇପାରିବେନି ପୁରୁଷ। ଏମିତି ଏକ ନୂଆ ନିୟମ ଜାରି କରିଛି ତାଲିବାନ। ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରି ଯାଇଛି ତାଲିବାନ। ପ୍ରତିଶ୍ରୁତି ରକ୍ଷା ନକରି ଦେଶରେ ଏକ ନୂତନ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ ମିଳିତ ଶିକ୍ଷା ଉପରେ ନିଷେଧାଦେଶ ଜାରି କରିଛି।

ଆଫଗାନିସ୍ତାନରେ ଶେଖ ଅବଦୁଲବାକି ହକାନୀଙ୍କୁ ଉଚ୍ଚଶିକ୍ଷାର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ଗୋଟିଏ ଦିନ ପରେ ଏହା ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ପଶ୍ଚିମ ହେରାତ୍‌ ପ୍ରଦେଶର ତାଲିବାନ ଅଧିକାରୀମାନେ ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲେ ଯେ ଝିଅମାନଙ୍କୁ ବିଶ୍ୱବିଦ୍ୟାଳୟରେ ପୁଅମାନଙ୍କ ଭଳି ଶ୍ରେଣୀରେ ବସିବାକୁ ଅନୁମତି ଦିଆଯିବ ନାହିଁ।

ତାଲିବାନ ଅଧିକାରୀମାନେ କହିଥିଲେ ଯେ ସହ-ଶିକ୍ଷା ଜାରି ରଖିବା ପାଇଁ କୌଣସି ବିକଳ୍ପ ଯଥାର୍ଥତା ନାହିଁ ଏବଂ ଏହି ଅଭ୍ୟାସକୁ ବନ୍ଦ କରିବାକୁ ହେବ। ଶରିୟା ଆଇନ ଅନୁଯାୟୀ ଶିକ୍ଷା କାର୍ଯ୍ୟକଳାପ ହେବ ବୋଲି ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ କହିଛନ୍ତି।

ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି – “ତାଲିବାନ ଆନୁଷ୍ଠାନିକ ଭାବରେ ଶିକ୍ଷା ଉପରେ ନିଷେଧାଦେଶ ଜାରି କରିଛି। ପୁରୁଷମାନେ ଝିଅମାନଙ୍କୁ ଶିକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ।

Comments are closed.