Latest Odisha News

BREAKING NEWS

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବସ୍

କୋରାପୁଟ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । କୋରାପୁଟ ଜିଲ୍ଲା ପଞ୍ଚଡା ନିକଟରେ ଗତକାଲି ଭୋର ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି  । ଏଥିରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସରେ ୩୦ ଜଣ ଯାତ୍ରୀ ଥିଲେ ।

ଗଞ୍ଜାମ ଜିଲ୍ଲା ପୋଲସରାରୁରୁ ଆରବି କୋଚ୍ ନାମକ ବସଟି କୋରାପୁଟ ଦେଇ ଇନ୍ଦ୍ରାବତୀ ଅଭିମୁଖେ ଯାଉଥିଲା  । ଏତିକିବେଳେ ପଞ୍ଚଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା ।

କୁହୁଡ଼ି ଯୋଗୁ ଡ୍ରାଇଭର ରାସ୍ତା ଦେଖି ନ ପାରିବାରୁ ରାସ୍ତାକଡ଼କୁ ଓଲଟି ପଡିଥିଲା ବସ୍‌ । କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବ ସହ ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲା ।

Leave A Reply

Your email address will not be published.