Latest Odisha News

ସେପ୍ଟେମ୍ବର ମାସ ଗାଇଡଲାଇନ ଘୋଷଣା, ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ ।

ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫୁ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତ୍ତର ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମହୋତ୍ସବ ବାରଣ କରାଯାଇଛି । ସମସ୍ତ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ କୋଭିଡ ଗାଇଡଲାଇନ୍ ଜାରି ରହିବ । ବାହାଘର, ବ୍ରତଘର ଓ ଶେଷକୃତ୍ୟ ଆଦି କ୍ଷେତ୍ରରେ ୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରିପାରିବେ । କିନ୍ତୁ କୋଭିଡ ଗାଇଡଲାଇନ୍ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ବିବାହ ଶୋଭାଯାତ୍ରା ୫୦ରୁ ଅଧିକ ଲୋକେ ସାମିଲ ହୋଇପାରିବେ ନାହିଁ ।

ଫିଲ୍ମ ହଲ୍, ଅଡିଟୋରିୟମ୍ ଆଦି ସ୍ଥାନ ପାଇଁ କୋଭିଡ ନେଗେଟିଭ୍ ସାର୍ଟିଫିକେ୍ଟ କିମ୍ୱା ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ସେଠାରେ କୋଭିଡ ନିୟମ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେହି ଅନୁଷ୍ଠାନର କର୍ତ୍ତୃପକ୍ଷ ଯତ୍ନବାନ ହେବେ । ଓଲା, ୟୁବେର, ହୋଲ୍ ଡେଲେଭରୀ ଜାରି ରହିବ । କେବଳ ସାଧାରଣ ଯାତାୟାତ ପାଇଁ କଟକଣା ଜାରି ରହିବ ।

ତେବେ ପୂଜା ପାଇଁ ସେପ୍ଟେମ୍ୱର ୯ ତାରିଖରେ ସ୍ୱତନ୍ତ୍ର  ପାର୍ବଣ ଗାଇଡଲାଇନ୍ ଜାରି କରାଯିବ । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ବୋଲି SRC କହିଛନ୍ତି।

Leave A Reply

Your email address will not be published.