Latest Odisha News

BREAKING NEWS

ଗଜପତି ଗୁଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ଭାଇ ମୃତ

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଗୁଡ଼ା ଘାଟିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ ଗ୍ରାମର ହର୍ଷ ରଞ୍ଜନ ସ୍ବାଲସିଂଙ୍କ ଦୁଇ ପୁଅ କ୍ଲିଣ୍ଟନ ସ୍ବାଲସିଂ ଓ ବିଟୁନ ସ୍ବାଲସିଂ । ସୂଚନା ଅନୁସାରେ, ଦୁଇ ଭାଇ ମୋଟର ସାଇକେଲରେ ବଡପଦାରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ । କିନ୍ତୁ ଗୁଡା ଗ୍ରାମର ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମୋଟର ସାଇକେଲ । ଘଟଣାସ୍ଥଳରେ ସାନ ଭାଇ ବିଟୁନ ସ୍ବାଲସିଂର ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନା ନେବା ବାଟରେ ବଡ଼ ଭାଇ କ୍ଲିଣ୍ଟନ ସ୍ବାଲସିଂଙ୍କର ମୃତ୍ୟୁ ହୋଇଥିଲା । ସାନଭାଇ ବାଇକ୍ ଚଳାଉଥିବା ବେଳେ ପଛରେ ବଡ଼ଭାଇ ବସିଥିଲେ । ତେବେ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.