ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଗୁଡ଼ା ଘାଟିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ ଗ୍ରାମର ହର୍ଷ ରଞ୍ଜନ ସ୍ବାଲସିଂଙ୍କ ଦୁଇ ପୁଅ କ୍ଲିଣ୍ଟନ ସ୍ବାଲସିଂ ଓ ବିଟୁନ ସ୍ବାଲସିଂ । ସୂଚନା ଅନୁସାରେ, ଦୁଇ ଭାଇ ମୋଟର ସାଇକେଲରେ ବଡପଦାରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ । କିନ୍ତୁ ଗୁଡା ଗ୍ରାମର ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମୋଟର ସାଇକେଲ । ଘଟଣାସ୍ଥଳରେ ସାନ ଭାଇ ବିଟୁନ ସ୍ବାଲସିଂର ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନା ନେବା ବାଟରେ ବଡ଼ ଭାଇ କ୍ଲିଣ୍ଟନ ସ୍ବାଲସିଂଙ୍କର ମୃତ୍ୟୁ ହୋଇଥିଲା । ସାନଭାଇ ବାଇକ୍ ଚଳାଉଥିବା ବେଳେ ପଛରେ ବଡ଼ଭାଇ ବସିଥିଲେ । ତେବେ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ
- India’s Ambassador To Nepal:ସୁଧାକର ଦଲେଲା କିଏ? ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ

Comments are closed.