Latest Odisha News

BREAKING NEWS

୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ

ଚେନ୍ନାଇ: ସେପ୍ଟେମ୍ବର ୧ରେ ପ୍ରାୟ ଏକ ବର୍ଷ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ତାମିଲନାଡୁର ଚେନ୍ନାଇରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଖବର ମୁତାବକ ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରୁ ସଦ୍ୟତମ ମାମଲା ରୁଜୁ ହୋଇଛି।

ସଂକ୍ରମିତଙ୍କ ମଧ୍ୟରୁ ଜଣେ ବାଳକ ତାଙ୍କ ଅଭିଭାବକଙ୍କ ସହିତ ବେଙ୍ଗାଲୁରୁ ଯାତ୍ରା କରିଥିବା ସମସ୍ତେ କୋଭିଡ୍‌ ପଜିଟିଭ ଆସିଥିବା ଜଣାପଇଛି। ଏହାସହିତ ବିଦ୍ୟାଳୟର ଅନ୍ୟ ୧୨୦ ଜଣ ଛାତ୍ରଛାତ୍ରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ଯଦି ଛାତ୍ର କିମ୍ବା ଶିକ୍ଷକମାନେ କୌଣସି ବିଦ୍ୟାଳୟରେ ପଜିଟିଭ୍ ବାହାରନ୍ତି ତେବେ ତୁରନ୍ତ ଅନୁଷ୍ଠାନକୁ ସିଲ୍ କରାଯିବ ଏବଂ ସାନିଟାଇଜେସନ୍ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ। କୋଭିଡ ସଂକ୍ରମିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଦିଆଯିବ। “

Comments are closed.