ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କୁ ଗିରଫ କରାଯାଇଛି। ସେ ବ୍ରାହ୍ମଣଙ୍କ ବିରୋଧରେ ଏକ ଅପମାନଜନକ ବିବୃତ୍ତି ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ରାୟପୁର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ୧୪ ଦିନ ଲାଗି ନାୟିକ ହେପାଜତକୁ ପଠାଯାଇଛି।
ସର୍ବ ବ୍ରାହ୍ମଣ ସମାଜଙ୍କ ଅଭିଯୋଗ ପରେ ଡିଡି ନାଗର ପୋଲିସ ଶନିବାର ବିଳମ୍ବିତ ରାତିରେ ୧୫୩-ଏ (ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଏବଂ ୫୦୫ (୧) (ବି) ଅନୁଯାୟୀ ନନ୍ଦ କୁମାର ବାଗେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଥିଲା।
ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦ କୁମାର ବାଗେଲ ବ୍ରାହ୍ମଣଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ମୁଁ ଭାରତର ସମସ୍ତ ଗ୍ରାମବାସୀଙ୍କୁ ଅନୁରୋଧ କରୁଛି ଯେ ବ୍ରାହ୍ମଣମାନଙ୍କୁ ଆପଣଙ୍କ ଗ୍ରାମରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ମୁଁ ଅନ୍ୟ ପ୍ରତ୍ୟେକ ସମ୍ପ୍ରଦାୟ ସହିତ ଏ ବାବଦରେ ଆଲୋଚନା କରିବି। ସେମାନଙ୍କୁ ପୁନର୍ବାର ଭୋଲଗା ନଦୀ କୂଳକୁ ପଠାଇବାର ଆବଶ୍ୟକ ରହିଛି। ବ୍ରାହ୍ମଣମାନେ ବିଦେଶୀ ଅଟନ୍ତି। ଯେଉଁଭଳି ଭାବରେ ବ୍ରିଟିଶ ଲୋକମାନେ ଆସିଛନ୍ତି ଏବଂ ଯାଇଛନ୍ତି, ସେହିପରି ଏହି ବ୍ରାହ୍ମଣମାନେ ସୁଧୁରି ଯାଆନ୍ତୁ ନତେଚ୍ ଗଙ୍ଗା କିମ୍ବା ଭୋଲଗା ନଦୀକୁ ଯିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।
Comments are closed.