Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ସାଇ-ଟେଡ୍

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଅନୁଷ୍ଠିତ ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା ସାଇ-ଟେଡର ପଞ୍ଚମ ସଂସ୍କରଣ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି । ସାଇ-ଟେଡ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତିତ ସମୟର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ କରାଇବାର ଏହା ଏକ ସଫଳ ପ୍ରୟାସ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, କନସଲଟାଣ୍ଟ ଏବଂ ଡିଜାଇନର ହେବାକୁ ପ୍ରେରଣା ଯୋଗାଇବ । ଏହି ଇଭେଣ୍ଟରେ ଦେଶର ୩୦୦ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ୭୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦେଶ ତଥା ବିଦେଶର ରାଉଣ୍ଡସ୍କୋୟାର ସ୍କୁଲ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ବିଦ୍ୟାଳୟ ଗୁଡିକ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ୧୨୦ରୁ ଅଧିକ ପ୍ରୋଜେକ୍ଟ ଏହି ଇଭେଣ୍ଟରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ କରାଯାଇଥିଲା ।

ଭର୍ଚୁଆଲ ଇଭେଣ୍ଟରେ ଆମେରିକାର କାର୍ଣ୍ଣେଗୀ ମେଲାନ୍ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ ଡି. ସ୍ମିଥ୍, କାନାଡାର କୁଇନ୍ସ ସ୍କୁଲ୍ ଅଫ୍ ମେଡିସିନ୍ ଅଫିସ୍ ଅଫ୍ ଗ୍ଲୋବାଲ ହେଲଥର ସହ ପ୍ରତିଷ୍ଠାତା ତଥା ସହନିର୍ଦ୍ଦେଶକ ଡକ୍ଟର କରେନ୍ ୟଟିସ୍, ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ପ୍ରଶାନ୍ତ ମହାପାତ୍ର, ସାର୍ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲର ନିର୍ଦ୍ଦେଶକ ଡକ୍ଟର ମୁଫାଜଲ ଲକଡଓ୍ବାଲା, ମେଡିକା ସୁପର ସ୍ପେଶିଆଲିଟି ହସପିଟାଲର କାର୍ଡିଆକ୍ ସର୍ଜରୀ ମୁଖ୍ୟ ଡକ୍ଟର କ୍ରୁନାଲ ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସାଇ-ଟେଡ୍ ଛାତ୍ରଛାତ୍ରୀଙ୍କୁ ନୂତନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ଯୋଡିବାର ଏହା ଏକ ଉତ୍କୃଷ୍ଟ ଉପାୟ ବୋଲି କହିଥିଲେ ସାଇ ଇଣ୍ଟରନ୍ୟାସନାଲ ଗ୍ରୁପର ଚେୟାରପର୍ସନ ଡକ୍ଟର ଶିଳ୍ପୀ ସାହୁ । ସାଇ-ଟେଡରେ ବିଭିନ୍ନ ଓ୍ବାର୍କସପ୍ ଯଥା – ଟେଡ୍ ଟକ୍, ଟେଡ୍ କ୍ୟୁ, ଟେକ୍ ଫେୟାର, ଏରୋମଡେଲିଙ୍ଗ, ରୋବୋଟିକ୍ସ କୋଡିଂ, ଫରେନ୍ସିକ୍ ସାଇନ୍ସ, ମୁନ୍ ଓ୍ବାକିଂ ଏବଂ ବିଭିନ୍ନ ପ୍ରକାରର ଖେଳ ଆୟୋଜିତ ହୋଇଥିଲା । ସେହିପରି ଟେଡ୍ କ୍ୟୁ ଇତ୍ୟାଦି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜନ ହୋଇଥିଲା ।

Comments are closed.