Latest Odisha News

BREAKING NEWS

ଝାରସୁଗୁଡ଼ାରେ କାରରୁ ଜବତ ହେଲା ଲକ୍ଷାଧିକ ଟଙ୍କା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ନିକଟରେ ଗୁରୁବାର ରାତିରେ ପୋଲିସ ଏକ ଗାଡିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି।

ଏହି ଏସୟୁଭି ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ ଗାଡିକୁ ଯାଞ୍ଚ କରିବା ବେଳେ ପୋଲିସ ଉକ୍ତ ଗାଡିରୁ ପାଖାପାଖି ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗାଡ଼ିର ମାଲିକ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ପୋଲିସ ବଡମାଲ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।।

ସୂଚନାଯୋଗ୍ୟ ଆଗାମୀ ସାଧାରଣ ର୍ନିବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଯଦି କୌଣସି ଗାଡିରୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜବତ ହେଉଛି, ତେବେ ଉକ୍ତ ଗାଡି ଓ ଗାଡିର ମାଲିକଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରିପାରିବ ବୋଲି ଭାରତ ନିର୍ବାଚନ ଆୟୋଗ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.