Latest Odisha News

BREAKING NEWS

ଗ୍ରୋସରୀ ଡେଲିଭରି ସେବା ବନ୍ଦ କରିବ ଜୋ‌ମାଟୋ

ନୂଆଦିଲ୍ଲୀ: ଜମାଟୋ, ଦେଶର ବୃହତ୍‌ ଖାଦ୍ୟ ବିତରଣ ପ୍ଲାଟ୍‌ଫର୍ମ ନିକଟରେ ଘୋଷଣା କରିଛି ଯେ ଜୋମାଟୋର ଗ୍ରୋସରୀ ଡେଲିଭରି ସେବା ସେପ୍ଟେମ୍ବର ୧୭ରୁ ବନ୍ଦ ହୋଇଯିବ। ଅର୍ଡର ପୂରଣ ପ୍ରକ୍ରିୟା ପୂରଣ କରିବାରେ ସମସ୍ୟା ଉପୁଜିବାରୁ ଏଭଳି ପଦ‌କ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଠିକ୍‌ ସମୟରେ ଖାଦ୍ୟ ସାମଗ୍ରୀ ନ ପହଞ୍ଚିପାରିବାରୁ ଗ୍ରାହକ ନିରାଶ ହେଉଥିବା ଦେଖିବାକୁ ମିଳିଛି। ଏହି ସେବା ୧୫ ମିନିଟରେ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ପ୍ରତିଶୃତି ଦିଆଯାଇଥିଲା। ସେପ୍ଟେମ୍ବର ୧୭ରୁ ଏହି ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି କମ୍ପାନୀ ସୂଚନା ଦେଇଛି।

ଜୋମାଟୋ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, “ଆମେ ଆମର ଗ୍ରୋସରୀ ବିତରଣ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ଏବଂ ବର୍ତ୍ତମାନ ସୁଦ୍ଧା ଆମର ପ୍ଲାଟଫର୍ମରେ ଅନ୍ୟ କୌଣସି ଗ୍ରୋସରୀ ସାମଗ୍ରୀ ଚଳାଇବାର ଯୋଜନା ନାହିଁ।

Leave A Reply

Your email address will not be published.