ଭୁବନେଶ୍ୱର : ସମସ୍ତଙ୍କୁ ହତଚକିତ କରି ପୂର୍ବତନ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିକଟରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଶୁକ୍ରବାର ଦିନ ପୁର୍ନବାର ଶାସକ ଦଳ ବିଜେଡିକୁ ଫେରିଛନ୍ତି ।
ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଆନନ୍ଦପୁର ବିଧାନସଭା ଆସନ ଲାଗି ବିଜେପି ଭାଗିରଥୀଙ୍କ ନାମ ପ୍ରାର୍ଥୀଭାବେ ଘୋଷଣା କରିଥିଲା ।
ସେ ୨୦୦୯ ନିର୍ବାଚନରେ ବିଜେଡି ଟିକେଟରୁ ଲଢି ଜିତିଥିଲେ । ପରବର୍ତ୍ତୀ ସମୟୟରେ ୨୦୧୪ ନିର୍ବାଚନରେ ଦଳ ତାଙ୍କ ଦଳରେ ମାୟାଧର ଜେନାଙ୍କୁ ଟିକେଟ୍ ଦେଇଥିଲା ।