Latest Odisha News

BREAKING NEWS

ପୁରୀ: ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପୁରୀ : ପୁରୀର ଦିଗବାରେଣୀ ଖୁଣ୍ଟି ନିକଟରେ ଶୁକ୍ରବାର ଦିନ ୪ ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି ।

ନିଖୋଜ ଛାତ୍ରଙ୍କ ନାମ ଭବରଞ୍ଜନ ଦାଶ ଏବଂ ସେ କଟକର ବାଙ୍କି କଲେଜର ଛାତ୍ର ଥିଲେ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ୪ ଜଣ କଲେଜ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ସେଠାରେ ଗାଧୋଉଥିବା ବେଳେ ଅଚାନକ ଜଣେ ଛାତ୍ର ଭାସି ଯାଇଥିଲେ । ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।

ତେବେ ନିଖୋଜ ଭବରଞ୍ଜନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.