ବେଜିଂ: ଚୀନ୍ରେ ବଢୁଛି ଡେଲ୍ଟା ଭୟ। ଏକାଧିକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ଚୀନ୍ ଦକ୍ଷିଣ-ପୂର୍ବ ପ୍ରଦେଶର ଫୁଜିୟାନର ୪.୫ ନିୟୁତ ଲୋକ ବସବାସ କରୁଥିବା ସହରକୁ ଲକ୍ଡାଉନ୍ କରିଛନ୍ତି ଚୀନ ସରକାର। ପୁଣି ଥରେ ଡେଲ୍ଟା ବିସ୍ଫୋରଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ।
ଏହାକୁ ଦୃଷ୍ଟିରେ ରଖି ସହରର ସମସ୍ତ ପର୍ଯ୍ୟଟନ ସ୍ଥାନ ସମେତ ସିନେମା ହଲ୍, ବାର୍, ଜିମ୍ ଏବଂ ଲାଇବ୍ରେରୀକୁ ବନ୍ଦ କରାଯିବା ବୋଲି ଜଣେ ଅଧିକାରୀ ସୋମବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
Comments are closed.