Latest Odisha News

BREAKING NEWS

ଆଗାମୀ ଦିନରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି; ୟୁଏନ୍‌ର ଚେତାବନୀ

ନୂଆଦିଲ୍ଲୀ: ଶୀତ ଋତୁ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଦେଖାଯାଇପାରେ ଫଳରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି। ଏ ନେଇ ମିଳିତ ଜାତିସଙ୍ଘର ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଯଦି ସେମାନଙ୍କର ତୁରନ୍ତ ଆବଶ୍ୟକତା ପୂରଣ ନହୁଏ ତେବେ ୧ ମିଲିୟନରୁ ଅଧିକ ପିଲାଙ୍କର ଅନାହାରରେ ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ମିଳିତ ଜାତିସଂଘର ବରିଷ୍ଠ ଅଧିକାରୀମାନେ ସୋମବାର ଚେତାବନୀ ଦେଇ ଦୁଃଖ ପ୍ରକାଶ କରିଛନ୍ତି।

ଜେନେଭାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ସମ୍ମିଳନୀରେ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଗତ ମାସରେ ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଦେଶର ଦାରିଦ୍ର୍ୟ ହାର ବୃଦ୍ଧି ପାଇଛି; ମୌଳିକ ଜନସେବା ଭୁଶୁଡ଼ି ପଡ଼ିଛି; ଏବଂ, ବିଗତ ବର୍ଷରେ, ଲକ୍ଷାଧିକ ଲୋକ ବାସହୀନ ହୋଇଯାଇଛନ୍ତି।

“ଗୁଟେରସ୍‌ ଏହା ମଧ୍ୟ କହିଛନ୍ତି ଯେ ୩ ଆଫଗାନିସ୍ତାନ ମଧ୍ୟରୁ ଜଣେ ଜାଣନ୍ତି ନାହିଁ ଯେ ସେ ତାଙ୍କ ପରବର୍ତ୍ତୀ ଭୋଜନ କେଉଁଠୁ ପାଇବେ।

Leave A Reply

Your email address will not be published.