Latest Odisha News

BREAKING NEWS

ଗୋଷାଣୀ ମେଢ ପୂଜା ପ୍ରସ୍ତୁତି

ପୁରୀ : ଆସୁଛି ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜା ଅବସରରେ ପୁରୀରେ ଗୋଷାଣୀ ମେଢ ସମୂହର କିଲା ପୂଜନ ସମ୍ପୁର୍ଣ୍ଣ ହୋଇଛି ।ଭାଦ୍ରବ ଶୁକ୍ଲ ପକ୍ଷ ଷଷ୍ଠି ତିଥିରେ ଏହି ପରମ୍ପରାକୁ ସାତ ସାହି ଜାଗା ଆଖଡାର ପୂଜା କମିଟି ଅନୁପାଳନ କରିଛନ୍ତି । ସେପଟେ ଗୋଷାଣୀ ମୂର୍ତ୍ତି ଗୁଡିକର ଉଚ୍ଚତା ଚାରି ଫୁଟରୁ ଅଧିକ ହେବ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛନ୍ତି । କିନ୍ତୁ ପରମ୍ପରା ଅନୁସାରେ ମୂର୍ତ୍ତିର ଉଚ୍ଚତା ୬ ଫୁଟରୁ ୨୪ ଫୁଟ ହେବା କଥା।ଏହି ଆଧାରରେ କାରିଗର ମାନେ ମୂର୍ତ୍ତି ପ୍ରସ୍ତୁତ କରିଥିଲେ।ବିଭିନ୍ନ ଜାଗାରେ ଆଖଡାର ମୂରବୀ ମାନେ ମୂର୍ତ୍ତି ଗୁଡିକର କିଲା ପୂଜନ କରିଛନ୍ତି।

ଦୋଳଣ୍ଡପ ସାହି ବାରବାଟୀ ଜାଗା ଆଦି ସ୍ଥାନରେ ସମୂହର କିଲା ପୂଜନ ହୋଇଛିା ଜହ୍ନିଖାଇ ଘୋଷାଣୀ ମୂର୍ତ୍ତି ଉଚ୍ଚତା ୧୬ ଫୁଟ୍ ରହିଥିବା ବେଳେ ବାରବାଟୀ ଠାକୁରାଣୀଙ୍କ ଉଚ୍ଚତା ଏହାଠରୁ ଅଧିକ ହେବ। ସାତସାହି ପୂଜା କମିଟିର ସହବନ୍ଧନରେ ରହିଛନ୍ତି ୩୦ ଜାଗା ଆଖଡାର ଘୋଷାଣୀ ମେଢ।ଏହି ସବୁ ମେଢ ପ୍ରଶାସନର କଟକଣା ପରିବର୍ତ୍ତେ ଗୋଷାଣୀ ପରମ୍ପରାକୁ ଚଳିତ ବର୍ଷ ପାଳନ କରୁଥିବା କହିଛନ୍ତି।

କୀଲା ପୂଜା ପରେ ମୂର୍ତ୍ତି ର ଉଚ୍ଚତା ଆଉ କମିବ ନାହିଁ। କରୋନାକୁ ଦୃଷ୍ଟିରେ ରଖି ମେଢ ଭସାଣି ପଟୁଆରା ଉପରେ ପ୍ରଶାସନ କଟକଣା ଲଗାଇଛିା କିନ୍ତୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ମେଢ ସମୂହର ଦେବିସଭାକୁ ଅନୁ୍ମତି ଦେଇଛି। ନିର୍ଦ୍ଦିଷ୍ଟ ପରମ୍ପରା ମୁତାବକ ପୁରୀ ଗୋଷାଣୀ ପୂଜା ପାଳନ ହେବ ବୋଲି ହାଇକୋର୍ଟ ଗତବର୍ଷ ମାର୍ଗଦର୍ଶିକା ଦେଇଥିଲେ।ଏହି ମାର୍ଗଦର୍ଶିକାକୁ ଅନୁସରଣ କରି ସାତସାହି ପୂଜା କମିଟି ଆଧାର କରି ମେଢ ପ୍ରସ୍ତୁତି ଚଳାଇଛନ୍ତି ।

Comments are closed.