ନୂଆଦିଲ୍ଲୀ : ଦେଶରେ ଏକ ନୂଆ ରକେଟ ଫୋର୍ସର ରହିଛି ଆବଶ୍ୟକତା । ପଡୋଶୀ ଶତ୍ରୁ ରାଷ୍ଟ୍ରର ବିଭିନ୍ନ କ୍ଷେପଣାସ୍ତ୍ରର ମୁକାବିଲା ଲାଗି ଭାରତକୁ ନୂଆ ରକେଟ ଭିତ୍ତିକ ପ୍ରତିରକ୍ଷା ବ୍ୟବସ୍ଥା ଆପଣାଇବାର ସମୟ ଆସିଛି । ୟୁନିଫାଏଡ ଥିଏଟର କମାଣ୍ଡ ଜରିଆରେ ସମନ୍ବିତ ଯୁଦ୍ଧ ବ୍ୟବସ୍ଥା ସୃଷ୍ଟି ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନରାଲ ବିପିନ ରାଓ୍ବତ । ସେ କହିଛନ୍ତି ଆଫଗାନିସ୍ତାନ ବ୍ୟାପାରରେ ଚୀନ ବିଶେଷ ଆକ୍ରମଣଶୀଳ ହୋଇଛି । ଭାରତର ଦୁଇ ଶତ୍ରୁ ରାଷ୍ଟ୍ରର ମୁକାବିଲା ଲାଗି ଦେଶକୁ ପ୍ରସ୍ତୁତ ହେବାକୁ ପଡିବ । ଏଥିଲାଗି ଏକ ସମନ୍ବିତ ଜାତୀୟ ନିରାପତ୍ତା ବ୍ୟବସ୍ଥା ସୃଷ୍ଟି କରିବାକୁ ହେବ ।
ଅତ୍ୟାଧୁନିକ ପ୍ରଯୁକ୍ତିଗତ ଯୁଦ୍ଧ ଓ ଆଭ୍ୟନ୍ତରୀଣ ନିରାପତ୍ତା ଚାଲେଞ୍ଜକୁ ଦୃଷ୍ଟିରେ ରଖି ଏହା କରିବାକୁ ପଡିବ । ଚୀନ ବର୍ତ୍ତମାନ ଇରାନ ଓ ତୁର୍କୀ ସହ ନୂଆ ସମ୍ପର୍କ ଯୋଡିବା ସହ ଆଫଗାନିସ୍ତାନ ବ୍ୟାପାରରେ ହସ୍ତକ୍ଷେପ କରୁଛି । ଆଗକୁ ଆଫଗାନିସ୍ତାନର ଅବସ୍ଥା ଅଧିକ ସଙ୍କଟଜନକ ହେବ ବୋଲି ସେ ସତର୍କ କରାଇଛନ୍ତି । ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରିବାର ଆଶଙ୍କା ରହିଛି । ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ପାକିସ୍ତାନ ବି ବିଭିନ୍ନ ପଦକ୍ଷେପ ନେଉଛି । ସେହିପରି ଦକ୍ଷିଣ ଚୀନ ସାଗରରେ ପାକିସ୍ତାନ ନିଜର ସାମର୍ଥ୍ୟ ବିସ୍ତାର କରୁଛି । ଯାହା ଭାରତ ଲାଗି ବିପଦପୂର୍ଣ୍ଣ ହେବ ବୋଲି କହିଛନ୍ତି ସିଡିଏସ ବିପିନ ରାଓ୍ବତ ।
Comments are closed.