ମୁମ୍ବାଇ:କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି କହିଛନ୍ତି । ହରିୟାଣାରେ ଏକ ଇଭେଂଟରେ ସେ କହିଥିଲେ, କରୋନା ମହାମାରୀ ସମୟରେ ରାନ୍ଧିବା ଆଉ ୟୁଟ୍ୟୁବରୁ ଆୟ କରିବା ଶିଖି ଯାଇଛି । ଅନଲାଇନରେ କେତେକ ଲେକଚର ଦେଇଥିଲି । ଏହାକୁ ୟୁଟ୍ୟୁବରରେ ଅପଲୋଡ କରିବା ପରେ ଅଧିକ ଭ୍ୟୁୟର୍ସ ହେବାରୁ ମୋତେ ଏବେ ୪ଲକ୍ଷ ଟଙ୍କା ମାସିକ ମିଳୁଛି ।
ଖାଲି ସମୟର ଉପଯୁକ୍ତ ବ୍ୟବହାର କରିଲେ ନିଶ୍ଚିତ ଭାବେ ଲାଭ ହେବ ବୋଲି ସେ କହିଛନ୍ତି । ଗଡକାରୀ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଓ ଏମପି ଇନ୍ଦ୍ରଜିତ ସିଂ ଉପସ୍ଥିତ ଥିଲେ ।
Comments are closed.