Latest Odisha News

BREAKING NEWS

ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ  : ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଦୁଇଟି ଦନ୍ତା ହାତୀଙ୍କୁ ଘର ସାମ୍ନାରେ ଦେଖି ନାବାଳକର ବାପା ଓ ମା ନିଜ ଜୀବନ ବଞ୍ଚାଇବା ପାଇଁ ଛାଡି ପଳାଇଥିଲେ।

ହାତୀ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରି ଘରର କାନ୍ଥ ଭାଙ୍ଗି ଦେଇଥିଲା। ଫଳରେ ଦମ୍ପତିଙ୍କ ନାବାଳକ ପୁଅ ଚନ୍ଦନ ଘରୁ ବାହାରିପାରିନଥିଲେ।ଘରର କାନ୍ଥ ପୁଅ ଉପରେ ପଡ଼ିଯିବାରୁ ଘଟଣା ସ୍ଥଳରେ ନାବାଳକଙ୍କ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଁଚି ଚନ୍ଦନଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.