Latest Odisha News

BREAKING NEWS

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ତଳେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଖବର ପାଇ ଘଟଣା ସ୍ଥଳରେ ମୁନିଗୁଡା ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲା । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

Leave A Reply

Your email address will not be published.